Advertisement

ଉନ୍ନତ ଗାଈ ଚୟନ ପଦ୍ଧତି | Selection of Good Quality Dairy Cow

ଉନ୍ନତ ଗାଈ ଚୟନ ପଦ୍ଧତି | Selection of Good Quality Dairy Cow ଉନ୍ନତ ଗୋ-ପାଳନ ପାଇଁ କେତୋଟି ଦିଗ ମଧ୍ୟରୁ ଗୋଟିଏ ଦିଗ ହେଉଛି “ଉନ୍ନତ ଗୋ ଚୟନ” । ଯଦି ବ୍ୟବସାୟିକ ଭିତ୍ତିରେ ଗୋପାଳନ କରିବା ତେବେ ଆମେ ଜର୍ସି ଗାଈ କିମ୍ବା ଶଙ୍କର ଜାତୀୟ ହୋଲଷ୍ଟିନ ଗାଈ ରଖି ପାରିବା । ଏହି ପରି ଗାଈ ଚୟନ କରିବା ପାଇଁ ଆମକୁ କେତେକ ଲକ୍ଷଣ ହିସାବରେ ପ୍ରଥମେ ଏକ ଭଲ ସ୍ୱାସ୍ଥ୍ୟ ଥିବା ଗାଈକୁ ଦେଖିବାକୁ ପଡିବ । ଭଲ ସ୍ୱାସ୍ଥ୍ୟ ପାଇଁ ଗାଈର ଲୋମ ପରିଷ୍କାର ଥିବା ଆବଶ୍ୟକ, ଚିକ୍କଣ ଦେଖାଯାଉଥିବ, ଲୋମରେ କୌଣସି ମଇଳା ଲାଗି ନଥିବ ଏବଂ ଚର୍ମ ପତଳା ଥିବ । ଆଖି ପରିଷ୍କାର ଥିବ, ଲେଞ୍ଜେରା ନଥିବ, ନାକରୁ ସିଂଘାଣି ବୋହୁ ନଥିବ, ପାଟି କିମ୍ବା ଯୋନିରୁ କୌଣସି ଲାଳ ପଡୁ ନଥିବ । ଏହି ସବୁ ଲକ୍ଷଣ ରୁ ଆମେ ଗାଈଟିର ଉତ୍ତମ ସ୍ୱାସ୍ଥ୍ୟ ଅଛି ବୋଲି ଆମେ ଜାଣି ପାରିବା । ଗାଈର ଦାନ୍ତରୁ ଆମେ ତାର ବୟସ ଜାଣି ପାରିବା । ୪-୬ ଦାନ୍ତ ଥିବା ଗାଈ ଆଣିବା ଦ୍ଵାରା ସେହି ଗାଈଠାରୁ ଅଧିକ ଦିନ ଯାଏ କ୍ଷୀର ପାଇ ପାରିବା । ଗାଈର କାନ୍ଧ ପାଖ ଚଉଡାଟି ପ୍ରଶସ୍ତ ହୋଇଥିବ ଏବଂ କଙ୍କାଳ ହାଡ ଦିଶୁ ନଥିବ ଏବଂ ପେଟ ର ଖାଲୁଆ ଅଂଶ ଟି ଖାଲୁଆ ହୋଇ ରହୁଥିବ ଏବଂ ପଛ ପାଖଟି ଉଚ୍ଚା ଓ ଚଉଡା ହୋଇଥିବ, ଏହା ଗାଈର ଭଲ ପ୍ରଜନନ କ୍ଷମତା ଥିବା ଦର୍ଶାଇ ଥାଏ । ଗାଈ ଭଲ ଖାଇବା ସହିତ ଏହାର ଖାଦ୍ୟ ପ୍ରତି ଆଗ୍ରହ ରହୁଥିବ ଏବଂ ଝାଡା ଭଲ ହେଉଥିବ । ଗାଈର ଭଲ ପହ୍ନା ଥିବା ଆବଶ୍ୟକ । ପହ୍ନାଟି ନରମ ଏବଂ ବଡ ଆକାରର ହେବା ସହିତ ଆଗକୁ ଯେପରି ବଢିଥାଏ ପଛରୁ ମଧ୍ୟ ସେହିପରି ଦେଖାଯିବା ଭଲ । ଚାରୋଟି ଯାକ ଚିର ସମାନ ଭାବରେ ରହିଥିବା ଆବଶ୍ୟକ । ସବୁ ଚିରରୁ କ୍ଷୀର ବାହାରୁଥିବା ଆବଶ୍ୟକ । ଏବଂ ଗାଈ ଦୁହିଁବା ସମୟରେ ଯେପରି କ୍ଷୀର ବହୁତ ଦୂର ଯାଏ ଯାଉଥିବ । ଗାଈକୁ ଗର୍ଭାବସ୍ଥାରେ କିଣିଲେ ଆମେ ଜାଣି ପାରି ନଥାଉ ଗାଈଟି ପରବର୍ତ୍ତୀ ଅବସ୍ଥାରେ କିପରି କ୍ଷୀର ଦେବ କିମ୍ବା କିପରି ବାଛୁରି ଜନ୍ମ କରିବ । ତେଣୁ ଗାଈଟି ଜନ୍ମ କରିବାର ଏକ ମାସ ମଧ୍ୟରେ କିଣିଲେ ଚାଷୀଟିଏ ଉପକୃତ ହୋଇଥାଏ ।
ସୂଚନାର ଉତ୍ସ :ଡଃ ଜିତାଂଶୁ ଶେଖର ମହାନ୍ତି, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ, ଡେରାବିଶ, କେନ୍ଦ୍ରାପଡା ।
କୃଷି, ମତ୍ସ୍ୟ ଚାଷ, ସାମୁଦ୍ରିକ ମତ୍ସ୍ୟର ଅବସ୍ଥିତି, ସାମୁଦ୍ରିକ ବାତାବରଣ, ପାଣିପାଗ, ପଶୁ ପକ୍ଷୀ ପାଳନ ଓ ସ୍ଵରୋଜଗାର ଆଦି ବିଷୟରେ ଅଧିକ ସୂଚନା ଓ ପରାମର୍ଶ ପାଇଁ ରିଲାଏନ୍ସ ଫାଉଣ୍ଡେସନର ଟୋଲ-ଫ୍ରି ହେଲ୍ପଲାଇନ ନମ୍ବର 1800-419-8800 ରେ ସକାଳ ୯:୩୦ ରୁ ସନ୍ଧ୍ୟା ୭:୩୦ ମଧ୍ୟରେ ମାଗଣାରେ ଯୋଗାଯୋଗ କରନ୍ତୁ ।

Dairy,Cow,Milk,Milch Cow,Quality Cow,Dairies,Holstein,Jersey,Holstein Cow,Jersey Cow,Improved Cow,Dairy Milk,Gai,Bhala gai,Uttama gai,ଉତ୍ତମ ଗାଈ,ଭଲ ଗାଈ,କ୍ଷୀର,dairy cows,selection of good quality dairy cow,dairy farm,cow for dairy farm in india,

Post a Comment

0 Comments